କୋରାପୁଟ ସହର: ସୁନାବେଡା ରେ ବୁଲୁଛି ଫିସିଙ୍ଗ କ୍ୟାଟ, ଭୟଭୀତ ନ ହେବା ପାଇଁ ବନ ବିଭାଗ ତରଫରୁ ଲୋକଙ୍କୁ କରାଯାଉଛି ସଚେତନ
କୋରାପୁଟ ଜ଼ିଲ୍ଲା ସେମିଲିଗୁଡା ବନଖଣ୍ଡ ଅଧୀନ ରେ ଥିବା ପୁରୁଣା ସୁନାବେଡା ଠାରେ ବାଘ ବୁଲୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗିଛି। ସୋସିଆଲ ମିଡ଼ିଆ ରେ ଭାଇରାଲ ଭିଡ଼ିଓ ପ୍ରଚାର ହେବା ପରେ ବନ ବିଭାଗ ତରଫରୁ ସେଇ ସବୁ ଅଞ୍ଚଳ ରେ କ୍ୟାମେରା ଲଗା ଯାଇଛି। ବାଘ ର କୌଣସି ସଂକେତ ମିଳି ନାହିଁ। ଏହା ବାଘ ନୁହେଁ ଫିସିଙ୍ଗ କ୍ୟାଟ ବୋଲି କୋରାପୁଟ ଡିଏଫଓ ଆଜି ଦିନ ୧୨ଘଣ୍ଟା ସମୟରେ ଫୋନ୍ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ଏ ନେଇ ଭୟଭୀତ ନ ହେବା ପାଇଁ କୋରାପୁଟ ଡିଏଫଓ କେ ଭି ଭାସ୍କାର ରାଓ ଅଞ୍ଚଳ ବାସୀଙ୍କୁ କହିଛନ୍ତି।