ଛତ୍ରପୁର: ନରେନ୍ଦ୍ରପୁର ନିକଟସ୍ଥ ଲେବଲ୍ କ୍ରସିଂ ଉପରେ ଓଭର ବ୍ରିଜ ନିର୍ମାଣ ଦାବି, ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ବାସିନ୍ଦା
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ନରେନ୍ଦ୍ରପୁର ନିକଟରେ ଥିବା ରେଲୱେ ଲେବଲ୍ କ୍ରସିଂ ରେ ଦୈନିକ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଯାନ ବାହନ ଯିବା ଆସିବା ହେଉଥିବା ବେଳେ ଅଧିକାଂଶ ସମୟରେ ଏଠାରେ ଗେଟ୍ ବନ୍ଦ ରହିବା ଯୋଗୁଁ ଟ୍ରାଫିକ୍ ସମସ୍ଯା ସୃଷ୍ଟି ହେଉଛି। ଦୀର୍ଘ ଦିନରୁ ଏଠାରେ ଏକ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ହେଉଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ରବିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା। ସେପଟେ ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।