ବଡସାହି: ୧୮ନଂ ଜାତୀୟରାଜପଥ ବଙ୍ଗଳାଛକରେ ପେଟ୍ରୋଲିଂଟିମ ଚେକିଂ ସମୟରେ ମଦ୍ୟପ ଗାଡିଚାଳକକୁ ଧରିଲା, ମାମଲା ରୁଜୁକରି ବାଇକ ଜବତକଲା ପୁଲିସ
୧୮ନଂ ଜାତୀୟରାଜପଥ ବଙ୍ଗଳାଛକ ଠାରେ ଚେକିଂ ସମୟରେ ମଦ୍ୟପ ବାଇକ ଚାଳକଙ୍କୁ ଧରିବା ସହିତ ବୁଧବାର ରାତି ଏଗାରଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ସୂଚନା ମୁତାବକ ବେତନଟୀ ପୁଲିସ ଟିମ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହ ହେବାରୁ ଓଡି -୧୧ଏକ୍ସ -୬୫୬୮ନମ୍ବର ବିଶିଷ୍ଟ ମୋଟରସାଇକେଲକୁ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ଗାଡି ଚାଳକ ବେତନଟୀର ପ୍ରଦୀପ ନାୟକ ମଦ୍ୟପାନ କରିଥିବାରୁ ଜାଣିବାକୁ ପାଇଥିଲେ l