ଯାଜପୁର: ବ୍ୟାସନଗର ସହରର ଗଣପର୍ବ କାଳୀପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାସଦେବ ଟାଉନ ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବ୍ୟାସନଗର ସହରର ଗଣପର୍ବ କାଳୀପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାସଦେବ ଟାଉନ ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁପ୍ରସନ୍ନ ମଲ୍ଲିକ, ଏସଡିପିଓ. ଲଷ୍ମୀଧର ସ୍ୱାଇଁ, ତହସିଲଦାର ଦେବାଶିଷ ରାଉତ, ନିର୍ବାହୀ ଅଧିକାରି ପ୍ରଦୀପ କୁମାର ପାଢ଼ୀ, ପୌର ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଓ ଯାଜପୁର ରୋଡ଼ ଥାନା ଅଧିକାରୀ ଆଶୀଷ ସାହୁ ଓ କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ଯୋଗଦେଇ ମା ଶ୍ୟାମା କାଳୀ ପୂଜାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ l