ଚମ୍ପୁଆ: ଦୀପାବଳିକୁ ନେଇ ବଡବିଲ ଉତ୍ସବ ପଡ଼ିଆରେ ବାଣ କିଣିବାକୁ ଲୋକଙ୍କ ଭିଡ
ଆଜି ଦୀପାବଳୀ ଉତ୍ସବ ହୋଇଥିବା ବେଳେ ଏହାକୁ ସୁରକ୍ଷିତ ଭାବେ ପାଳନକୁ ନେଇ ବଡବିଲ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ସେହି କ୍ରମରେ ବାଣ ବ୍ୟବସାୟୀଙ୍କୁ ସହରରୁ ଦୂର କେବଳ ଉତ୍ସବ ପଡ଼ିଆରେ ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଆଜି ସେହି ଉତ୍ସବ ପଡ଼ିଆରେ ବାଣ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼ ଦେଖା ଯାଇଥିଲା। ଅନ୍ୟ ପକ୍ଷରେ ପୋଲିସ, ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିୟମିତ ଭାବେ ବାଣ ବଜାରରେ ନିରୀକ୍ଷଣ କରା ଯାଉଥିବା ସୂଚନା ରହିଛି।