ସୁନ୍ଦରଗଡ ସହର: ସବଡେଗା ଏକ୍ସସାଇଜ ଷ୍ଟେସନର ତଳସରା ଓ ତୁମୁଳିଆରେ ଅବକାରୀ ଚଢାଉ, ଜଣେ ମହିଳା ଅଭିଯୁକ୍ତ ସମେତ ଦୁଇ ଗିରଫ , ଦୁଇଟି ମାମଲା ରୁଜ୍ଜୁ
ଆଜି ଅକ୍ଟୋବର 16 ତାରିଖ ଗୁରୁବାର ପୂର୍ବାହ୍ନ 9 ଟା ପାଖାପାଖି ସମୟରେ ତଳସରାରେ ଅବକାରୀ ଚଢାଉ କରି ଜୟନ୍ତୀ କମାର ନାମକ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ 12 ଲିଟର ଦେଶୀ ମଦ ଜବତ କରିଛନ୍ତି ଅବକାରୀ ବିଭାଗ। ଏ ନେଇ ଅଭିଯୁକ୍ତଙ୍କ ନାମରେ ସବଡେଗା ଏକ୍ସସାଇଜ ଷ୍ଟେସନରେ PR Case No - 149 ରୁଜ୍ଜୁ ହୋଇଛି। ସେହିପରି ଅପରାହ୍ନ 3 ଟା ପାଖାପାଖି ସମୟରେ ତୁମୁଳିଆରେ ଚଢାଉ କରି ଅଭିଯୁକ୍ତ ସଞ୍ଜୟ କେଛୁକୁ ଗିରଫ କରିବା ସହ ତା ନିକଟରୁ 18 ଲିଟର ମଦ ଜବତ କରିଛନ୍ତି ବିଭାଗ। ସଞ୍ଜୟ ନାମରେ PR Case No -150 ରୁଜ୍ଜୁ ହୋଇଛି। ତେବେ ଉଭୟ ଅଭିଯୁକ୍ତ ଆଜି ସଂଧ୍ୟା 6 ଟା