ସୋନପୁର: ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି।
ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ,ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତି ଅଞ୍ଜଳିନା ପ୍ରଧାନଙ୍କ ସଭାପତିତ୍ବରେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ କର୍ଯ୍ୟାଳୟ ସ୍ଥିତ ମିନି କନଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆଞ୍ଚଳିକ ପରିବହନ ଅଧିକାରୀ, ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମସ୍ତ ସଦସ୍ୟ/ ସଦସ୍ୟାମାନଙ୍କୁ ସ୍ୱାଗତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ସଡ଼କ ସୁରକ୍ଷା ଉପରେ ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।