କୋରାପୁଟ ସହର: କୋରାପୁଟ ସହରର ବିଭିନ୍ନ ପୂଜା ମଣ୍ଡପରେ ସପ୍ତମୀ ତିଥିରେ ଦର୍ଶନ ପାଇଁ ଗହଳି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ
କୋରାପୁଟ ସହରର ଦୈନିକ ବଜାର ଟେକ୍ସି ଷ୍ଟାଣ୍ଡ, ବସଷ୍ଟାଣ୍ଡ ମେଢ଼ ସହ ଆଇଆରବି ପୁଜା ମେଢ଼ ସହ ଅନ୍ୟାନ୍ୟ ଦଶହରା ମେଢରେ ସପ୍ତମୀ ତିଥିରେ ସୋମବାର ରାତି ୮ଟା ସମୟରେ ମାକୁ ଦର୍ଶନ ପାଇଁ ଗହଳି ଦେଖିବାକୁ ମିଳିଛି। ସମସ୍ତ ପୀଠରେ ଦୁର୍ଗା ମାଁ ଦର୍ଶନ ସହ କିଛି ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ପ୍ରବଳ ଭିଡ଼ ଯୋଗୁଁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୃତୟନ ହୋଇଥିବା ବେଳେ ବିଶେଷକରି ଗାଡ଼ି ପାର୍କିଂ ପାଇଁ ସମସ୍ୟା ହେଉଥିବା ଦେଖାଯାଇଛି।