ବୌଦ୍ଧ ସଦର: କମଳପୁର ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବୌଦ୍ଧ ବିଧାୟକ
ବୁଧବାର ବିଳମ୍ବିତ ରାତିରେ ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମ ପଞ୍ଚାୟତର କମଳ ପୁର ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି l ବିଳମ୍ବିତ ରାତିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ନାଟକ ମିଛ କହିବି ନା ସତ କହିବିକୁ ଉଦଘାଟନ କରିଥିଲେ |