ସୁନ୍ଦରଗଡ ସହର: ମଦ୍ୟପ ଚାଳକର ଉନ୍ମତ୍ତ କାଣ୍ଡ , DRDA ନିକଟରେ କୁନାଲ ନାମକ ବସକୁ ଧକ୍କା ଦେଇ ଟାଉନ ପୋଲିସ ଦ୍ଵାରା ଅଟକ, ବୋଲେରୋ ଜବତ
ଆଜି ଅକ୍ଟୋବର 19 ତାରିଖ ରାତି 9 ଟା ପାଖାପାଖି ସମୟରେ ଘଟିଛି ଏହି କାଣ୍ଡ। ଭୁବନେଶ୍ୱର ଅଭିମୁଖେ ଯାଉଥିବା କୁନାଲ ନାମକ ନାଇଟ୍ କୋଚ ଯାତ୍ରୀ ବାହୀ ବସର ପଛରେ ପିଟି ହୋଇ ଅଟକି ଥିଲା ବୋଲରୋ OD -14 - 2781 । ତେବେ ସୂଚନା ପାଇ ଟାଉନ ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ମଦ୍ୟପ ବୋଲେରୋ ଚାଳକକୁ ଥାନାକୁ ନେବା ସହ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଜବତ କରି ଥାନାକୁ ନେଇଛନ୍ତି। ମଦ ନିଶାରେ ଚୁର ମାର ଥିବା ଚାଳକର କଥା ବାର୍ତ୍ତାରେ ତାଳ ମେଳ ରହୁ ନ ଥିବା କଥା ଘଟଣା ସ୍ଥଳରେ ପହଞ୍ଚିଥିବା ପୋଲିସ କହିଛନ୍ତି