Public App Logo
Jansamasya
News
���ुलिस
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
���प
Agra
No video available

କେନ୍ଦୁଝର ସହର: ସରଳା ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ମୂଲ୍ୟବାନ ଗଛ

କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ବ୍ଳକ୍ ଅନ୍ତର୍ଗତ ସରଳା ଗ୍ରାମ୍ୟ ଜଙ୍ଗଲରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଅଗ୍ନିକାଣ୍ଡ ଘଟିଛି । ଗ୍ରାମବାସୀ ନିଆଁକୁ ଦେଖି ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ନିଆଁର ପ୍ରକୋପ ମାତ୍ରାଧିକ ଥିବାରୁ ନିଆଁ ଲିଭାଇବା ସମ୍ଭବପର ନଥିଲା । ହାଟଡ଼ିହୀ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ସେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ପାଖାପାଖି ୧ହଜାରରୁ ଉର୍ଦ୍ଧ୍ବ ମୂଲ୍ୟବାନ ଗଛ ନିଆଁରେ ପୋଡ଼ି ଯାଇଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡ କିଭଳି ଘଟିଲା ତାହା ଖବର ମିଳିବା ଯାଏଁ କାରଣ ସ୍ପଷ୍ଟ ହୋଇପାରିନି ।
କେନ୍ଦୁଝର ସହର: ସରଳା ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ମୂଲ୍ୟବାନ ଗଛ - Kendujhar Town News