ବଡସାହି: ବେତନଟୀ ବସଷ୍ଟାଣ୍ଡ ପୂଜାମଣ୍ଡପରେ ଆୟୋଜିତ ବୈଠକରେ ପ୍ରତିକୂଳ ପାଗ ପାଇଁ ରାବଣପୋଡି ମେଳା,ଭସାଣିରେ ପରିବର୍ତ୍ତନ କରାଗଲା, ପ୍ରଶାସନକୁ କଲେ ଅବଗତ
ଲଘୁଚାପଜନିତ ଲଗାଣବର୍ଷା ପାଇଁ ସୃଷ୍ଟି ହୋଇଥିବା ପ୍ରତିକୂଳ ପାଗ ପାଇଁ ଗୁରୁବାର ସନ୍ଧ୍ୟାରେ ହେବାକୁଥିବା ରାବଣପୋଡି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇ ଆସନ୍ତା ଶନିବାର ସନ୍ଧ୍ୟାରେ ରାବଣପୋଡି ହେବାନେଇ ଗୁରୁବାର ଅପରାହ୍ନ ଗୋଟାଏରେ ବେତନଟୀ ବସଷ୍ଟାଣ୍ଡ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ବୈଠକରେ ଆଲୋଚନା ପୂର୍ବକ ନିଷ୍ପତ୍ତି ଗ୍ରହଣ କରାଯାଇଛି l ଏନେଇ ପୂଜାକମିଟି ପକ୍ଷରୁ ପ୍ରଶାସନକୁ ଅବଗତ କରିଦିଆ ଯାଇଛି l