ଚାନ୍ଦବାଲି: ଖଦାଳପୋଖରୀ ପଞ୍ଚାୟତ ଗୋପାଳ ସାହିରେ ରାସ୍ତା ଖୋଳାକୁ ନେଇ ଥାନାରେ ଏତଲା, ଯାତାୟତ ଠପ୍
ରାଜନୈତିକ ଶତ୍ରୁତା କାରଣରୁ ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟତ ଗୋପାଳ ସାହିର ମୁଖ୍ୟ ରାସ୍ତାକୁ ଜେସିବି ଦ୍ୱାରା ଖୋଳି ଦିଆଯାଇଛି । ଫଳରେ ଗାଁର ୭୦ ପରିବାରକୁ ଯାତାୟତ ଠପ୍ ହୋଇଯାଇଛି । ଏହି ଘଟଣାରେ ବିଡିଓଙ୍କ ନିକଟରେ ଅଭିଯୋଗ ପରେ ବ୍ଲକ ପ୍ରଶାସନ ପକ୍ଷରୁ ଗୁରୁବାର ବଂଶଡା ଥାନାରେ ଏତଲା ଦିଆଯାଇଛି । ଏବେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାରେ ରହିଛନ୍ତି ।