ପରଜଙ୍ଗ: ଶିକ୍ଷୟତ୍ରୀଙ୍କ ସ୍ବାମୀ ସ୍କୁଟି ଧକ୍କାରେ ଛାତ୍ର ଗୁରୁତର/ ଛାତ୍ରଙ୍କ ଚିକିତ୍ସା ପାଇଁ ସୁରପ୍ରତାପପୁର ଫାଣ୍ଡିରେ ଅଭିଯୋଗ
ଶିକ୍ଷୟତ୍ରୀଙ୍କ ସ୍ବାମୀ ସ୍କୁଟି ଧକ୍କାରେ ଛାତ୍ର ଗୁରୁତର/ ଛାତ୍ରଙ୍କ ଚିକିତ୍ସା ପାଇଁ ସୁରପ୍ରତାପପୁର ଫାଣ୍ଡିରେ ଅଭିଯୋଗଭୁବନ ବ୍ଲକ ସୁରପ୍ରତାପୁର ଫାଣ୍ଡି ଅନ୍ତର୍ଗତ ଟାଙ୍ଗେରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା । ତା ୧୩.୧୦.୨୦୨୫ ରିଖ ବିଦ୍ୟାଳୟ ଛୁଟି ହେବା ସମୟରେ ଏକ ସ୍କୁଟି ଧକାରେ ଦ୍ବୁତୀୟ ଶେ୍ରଣୀ ଛାତ୍ର ଲକ୍ଷ୍ମଣ ମୁଣ୍ଡା ସାତ ବର୍ଷ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ବାରିକ କାର୍ୟ୍ୟାଳୟରେ ଥିବା କିଛି ମଲମ ସାହାଯ୍ୟରେ ପ୍ରାଥମିକ ଚିକିତ୍ସା କରି ଘରେ ନେଇ ଛାଡି ଆସିଥିଲେ ।