ତଲସରା: ବିଶାଖାପାଟନାମ ସ୍ଥିତ ମେଘାଦ୍ରିପେଟା ଫଙ୍ଗସନ ହଲରେ ଜୁହାର ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
ବିଶାଖାପଟନାମ ସ୍ଥିତ ମେଘାଦ୍ରିପେଟା ଫଙ୍ଗସନ ହଲରେ ଆଜି ଆନନ୍ଦ ଉଲ୍ଲାସର ସହ ଓଡିଶାର ଜୁହାର ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ର ଡଃ ନନ୍ଦକିଶୋର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶାଖାପାଟଣା ରେ ରହୁଥିବା ଓଡ଼ିଶା ବାସିନ୍ଦା ମାନେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।