ଗୁରୁବାର ବୌଦ୍ଧ ପୋଲିସ ପକ୍ଷରୁ ଖ୍ରୀଷ୍ଟମାସକୁ ଶାନ୍ତି ପୂର୍ଣ୍ଣ ଭାବେ ପାଳନ ପାଇଁ ବିଭିନ୍ନ ସ୍ଥାନରେ ନାକାବନ୍ଦି କରାଯାଇ ଯାନବାହାନ ତନଖି କରା ଯାଇଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାକୁ ଅନ୍ୟ ଜିଲ୍ଲାରୁ ଥିବା ପ୍ରବେଶ ପଥ ମାନଙ୍କରେ ସମ୍ପୃକ୍ତ ଥାନା ପକ୍ଷରୁ ଯାନବାହାନ ତନଖି କଡାକଡି କରାଯାଇଛି | ଜିଲ୍ଲା ମଧ୍ୟକୁ ଆସୁଥିବା ଯାନବାହାନ ଗୁଡିକ ତନଖୀ କରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ପୋଲିସ ନଜର୍ ରଖିଛି l