କଟକ ପୌରାଞ୍ଚଳ: ମାନବ ଚାଲାଣ ରୋକିବା ଉପରେ ସଚେତନତା କାର୍ଯ୍ୟକ୍ରମ କଟକ ରେଳଷ୍ଟେସନ ପରିସରରେ ବୁଧବାର ଆରପିଏଫ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି।
ମାନବ ଚାଲାଣ ରୋକିବା ଉପରେ ଏକ ସମ୍ମିଳିତ କର୍ମଶାଳା ବୁଧବାର ଦିନ ୪ଟାରେ କଟକ ଆରପିଏଫ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି। କଟକ ଆରପିଏଫ ପୋଷ୍ଟର କନଫରେନ୍ସ ହଲ ଠାରେ ଆୟୋଜିତ ବୈଠକରେ ରେଳବାଇ ଥାନା ପୁଲିସ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତିଙ୍କ ସମେତ ଏଭିଏ (ଆସୋସିଏସନ ଫର ଭଲ୍ୟୁଣ୍ଟାରି ଆକ୍ସନ), ୟୁଏସଏସ(ଉତ୍କଳ ସେବକ ସମାଜ) ଏବଂ ସିଡବ୍ଲୁସିର ସଦସ୍ୟମାନେ ଯୋଗ ଦେଇଥିଲେ।