ବୌଦ୍ଧ ସଦର: ତେଲିବନ୍ଧ ଗ୍ରାମ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଦାବିରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ
ମଙ୍ଗଳବାର ଦିନ ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମ ପଞ୍ଚାୟତରେ କାର୍ଯ୍ୟାଳୟ ଆଗରେ ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ ପକ୍ଷରୁ ସାମାଜିକ ସୁରକ୍ଷା ଯୋଜନାର ଭତ୍ତା 5000 ଟଙ୍କାକୁ ବୃଦ୍ଧି ଦାବିରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ ରାଜ୍ୟ ସଭାପତିଙ୍କ କେଦାର ନାଥ ସାହୁଙ୍କ ନେତୃତ୍ବରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ଓ ବିଧବା ହିତାଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ |