SCB ମେଡିକାଲରେ ରୋଗୀ ଓ ସହାୟକଙ୍କୁ ଖାଦ୍ୟ ବଣ୍ଟନ, ଜାରି ରହିଛି କ୍ରିଷ୍ଣା ରାଓଙ୍କ ସେବା
କଟକ ଏସ୍ସିବି ମେଡିକାଲକୁ ଆସୁଥିବା ରୋଗୀ ଓ ସହାୟକଙ୍କ ପାଇଁ ସମାଜସେବୀ କ୍ରିଷ୍ଣା ରାଓଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଇଛି। ରାଣୀହାଟ କେନାଲ ରୋଡ୍ରେ ଏକ ହଜାରରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ପ୍ରତି ମାସର ଶେଷ ରବିବାର ଏହି ସେବା କାର୍ଯ୍ୟକ୍ରମ ଚାଲିଛି।