ଆଜି ଜାନୁଆରୀ 13 ତାରିଖ ମଙ୍ଗଳବାର ପୂର୍ବାହ୍ନ 10 ଟାରେ ଏ ନେଇ ମୃତକଙ୍କ ଦେଢ଼ଶୁର ଧରୁଆ ଡିହି ଥାନାରେ ଲିଖିତ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ପାଇବା ପରେ ଧରୁଆ ଡିହି ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ପଞ୍ଚନାମା କରିବା ସହ ଶବ ବ୍ୟବଚ୍ଛେଦ କରାଇ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ତେବେ ଏ ନେଇ ଧରୁଆ ଡିହି ଥାନା ଅପମୃତ୍ୟୁ ମାମଲା -1 ରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣା ପଡିଛି। ମୃତକ ମହିଳା ଜଣଙ୍କ ହେଲେ - ବୈଜନ୍ତି ଗର୍ଡ଼ିଆ - 38 ବର୍ଷ ଓ ତାଙ୍କ ଘର ଧରୁଆ ଦିହି ଥାନା ଲହଣ୍ଡା ବୁଡ଼ । ମହିଳା ଜଣଙ୍କ ଗତ କାଲି ଏକ ସ୍ଥାନୀୟ ବିଦ୍ୟାଳୟରେ ଚାଲିଥିବା