ବୈଶିଙ୍ଗାଥାନା ଅଧୀନ ଯୁଗଳ ଉପକଣ୍ଠ ବନ୍ଧସାହିଠାରେ କେନାଲରେ ପଡି ରକ୍ତାକ୍ତ ହେବାସହିତ ଗୁରୁତର ଆହତ ହୋଇଥିବା ୪୦ବର୍ଷୀୟ ଯୁବକଙ୍କ ମୃତ୍ୟୁରେ ଶୁକ୍ରବାର ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦପରେ ଶୁକ୍ରବାର ଅପରାହ୍ନ ୩ଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତରକଲା ବୈଶିଙ୍ଗା ପୁଲିସ l ମୃତକ ଜଣକ ହେଉଛନ୍ତି ବନ୍ଧସାହି ଗ୍ରାମର ବାୟା ମୁର୍ମୁ l ବାୟା ବନ୍ଧସାହିରେ କେନାଲ ପାର୍ଶ୍ଵରେ ପଡି ଗୁରୁତର ଆହତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ l