ବଡସାହି: ଚିଲବସା ଏବଂ ଅଶନବଣି ଠାରେ ଚାଲିଥିବା ଚୋରା ଦେଶିମଦ କାରଖାନାରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ମହୁଲପୋଚ, ରନ୍ଧାମଦ ଓ ସରଞ୍ଜାମ ଜବତ
ବେତନଟୀ ଥାନା ଅଧୀନ ଚିଲବସା ଏବଂ ଅସନବଣି ଠାରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ବୁଧବାର ଅପରାହ୍ନ ୪ଟାରେ ଚଢ଼ାଉକରି ମହୁଲପୋଚ,ରନ୍ଧାମଦ ଓ ସରଞ୍ଜାମ ଜବତ ପୂର୍ବକ ନଷ୍ଟକଲା ଅବକାରୀ ବିଭାଗ l ସୂଚନା ମୁତାବକ ଚିଲବସା ଏବଂ ଅସନବଣି ଗାଁରେ ଜଙ୍ଗଲିଆ ସ୍ଥାନରେ ଚାଲିଥିବା ଚୋରା ଦେଶିମଦ କାରଖାନା ବାବଦରେ ଖବରପାଇ ଅବକାରୀ ବିଭାଗର ଟିମ ବୁଧବାର ଅପରାହ୍ନରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ମଦ ମାଫିଆମାନେ ସେଠାରୁ ଫେରାର ହୋଇଯାଥିଲେ l