ବଡ଼ସାହି ଥାନା ଇଲାକାରେ ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଇଚ୍ଛା ବିରୁଦ୍ଧରେ ଦୁଷ୍କର୍ମ କରିବା ଏବଂ ଜନୈକା ୧୩ବର୍ଷୀୟା ମୁକ ଦିବ୍ୟାଙ୍ଗ ନାବାଳିକାଙ୍କୁ ଘରେ ପଶି ଦୁଷ୍କର୍ମ କରିବା ଅଭିଯୋଗରେ ଶୁକ୍ରବାର ରାତି ସାଢେ ଏଗାରଟାରେ ଦୁଇଟି ପୃଥକ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବଡ଼ସାହି ପୁଲିସ l ଦୁଇଦୁଇଟି ସମ୍ବେଦନଶୀଳ ଘଟଣାକୁ ଗୁରୁତର ଭାବେ ଗ୍ରହଣକରିଛି ବଡସାହି ପୁଲିସ l