ବଡସାହି: ବେତନଟୀ-ବଡ଼ସାହି ରାସ୍ତାର ମହୁଲିଆ ଛକରେ କାର -ସ୍କୁଟି -ବାଇକ ମଧ୍ୟରେ ସିରିଜ ଦୁର୍ଘଟଣା, ସ୍କୁଟି ଆରୋହୀ ଭାଇଭଉଣୀ ଆହତ, ବାଇକ ଚାଳକ ଗୁରୁତର
ବେତନଟୀ ବଡ଼ସାହି ରାସ୍ତାର ମହୁଲିଆ ଛକରେ ରବିବାର ରାତି ଆଠଟାରେ ସିରିଜ ଦୁର୍ଘଟଣା ଘଟି ସ୍କୁଟି ଆରୋହୀ ଭାଇ ଭଉଣୀ ଆହତ ହୋଇଥିବା ବେଳେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତ l ସୂଚନା ମୁତାବକ ଓଡି -୧୧ଏମ-୧୨୯୧ ନମ୍ବର ବିଶିଷ୍ଟ କାରଟି ବଡସାହିରୁ ବେତନଟୀ ଅଭିମୁଖେ ଆସୁଥିବା ବେଳେ ଓଡି -୧୧ଏସ -୪୧୨୮ନମ୍ବର ବିଶିଷ୍ଟ ସ୍କୁଟି ଯୋଗେ ପାଉଁଶିଆ ଉପକଣ୍ଠ କାଣିମହୁଲି ଗ୍ରାମର ସତ୍ୟଜିତ ହାଁସଦା ନିଜର ସାନଭଉଣୀ ସନ୍ଧ୍ୟାରାଣୀ ସହିତ ଯାଉଥିଲେ l