ବିଷମକଟକ: ରାୟଗଡ଼ା: ହଜିଯାଇଥିବା 100ଟି ମୋବାଇଲ ଉଦ୍ଧାର କଲା ପୁଲିସ
ରାୟଗଡ଼ା ପୁଲିସ ହଜିଯାଇଥିବା 100ଟି ମୋବାଇଲ ଫୋନ୍ ଉଦ୍ଧାର କରି ମାଲିକମାନଙ୍କୁ ହସ୍ତାନ୍ତର କରିଛି। ଡିଜିଟାଲ ଟ୍ରାକିଂ ମାଧ୍ୟମରେ ପୁଲିସ ଏହି ସଫଳତା ହାସଲ କରିଛି। ପୁଲିସର ଏହି ଲୋକକେନ୍ଦ୍ରିକ ପଦକ୍ଷେପକୁ ନେଇ ଚାରିଆଡ଼େ ପ୍ରଶଂସା କରାଯାଉଛି।