ବଡଚଣା: ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାପଙ୍କ ସମସ୍ୟର ସମାଧାନ ଦାବିରେ ବଡ଼ଚଣା ବ୍ଲକରେ ଜିପିଏଲଏଫ କର୍ମୀଚାରୀ ସଙ୍ଘ ଧାରଣା
ମିଶନଶକ୍ତି ବିଭାଗ କମ୍ୟୁନିଟି ସପୋର୍ଟ ଷ୍ଟାପଙ୍କ ପ୍ରୋତ୍ସାହନ ରାଶି ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପାରିଶ୍ରମିକ ଦାବି ବଡ଼ଚଣା ବ୍ଲକ ସମ୍ମୁଖରେ ଜିପିଏଲଏଫ କର୍ମୀଚାରୀ ସଂଘ ପକ୍ଷରୁ ଧାରଣା | ମହିଳା ମାନେ ଏକାଠି ହୋଇ ପ୍ରତିବାଦ କରିବା ସହ ବ୍ଲକ ସମ୍ମୁଖରେ ନାରାବାଜି କରିଥିଲେ | ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବି କରିବାର ସ୍ବପ୍ନ ଦେଖାଇ ଏବେ ସେମାନଙ୍କ ପ୍ରତି ଅବିଚାର କରୁଥିବା ସଂଘ ଅଭିଯୋଗ ଆଣିଛି | ମହାସଂଘ ଗଠନର ଯେଉଁ ଗାଇଡଲାଇନ ସରକାର ଆଣିଛନ୍ତି ତାହା ଲାଗୁ କରାଗଲେ ଅନେକ ବାଦ ପଡିବା ସମ୍ଭାବନା ରହିଛି | ସରକାର ନିଷ୍ପତି ପରିବର୍ତନ କରିବାକୁ ସଂଘ ଦାବି କରିଛି |