ବଡସାହି: ବେତନଟୀ ବ୍ଲକ ସଭାଗୃହରେ ଆଦି କର୍ମଯୋଗୀ ଅଭିଯାନ ସମ୍ପର୍କୀତ ବୈଠକରେ ଦିଲ୍ଲୀରୁ ଆସିଥିବା ବରିଷ୍ଠ ଆଇଏଏସ ଅଫିସର ବର୍ଣ୍ଣାଳୀ ଡେକାଙ୍କ ଯୋଗଦାନ
କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ବରିଷ୍ଠ ଆଇଏଏସ ଅଧିକାରିଣୀ ବର୍ଣ୍ଣାଳୀ ଡେକା ବୁଧବାର ଅପରାହ୍ନ ୫ଟାରେ ବେତନଟୀ ବ୍ଲକ ଗସ୍ତକରି ଆଦି କର୍ମଯୋଗୀ ସମ୍ପର୍କୀତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଭାଗୀୟ ଅଧିକାରୀଙ୍କ ସମେତ ତୃଣମୂଳସ୍ତରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି l ବେତନଟୀ ବ୍ଲକ ବିଡ଼ିଓ ସୁଶାନ୍ତ କୁମାର ସୁତାରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l