କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତରେ ଥିବା ସରକାରୀ ଜମି ଗୁଡିକ ଏବେ ସଂପୁର୍ଣ୍ଣ ଜବରଦଖଲରେ ରହିଅଛି। ସରକାରୀ ଗୋଚର ଜମି, ଗ୍ରାମ୍ୟଜଙ୍ଗଲ ଜମି ଗୁଡିକୁ ବହୁ ପ୍ରଭାବଶାଳୀ ବ୍ୟକ୍ତି ମାନେ ନିଜ ଅକ୍ତିଆରରେ ରଖିଥିବା ଦେଖାଯାଇଛି।ଗ୍ରାମବାସୀ ଓ ପଞ୍ଚାୟତ ପକ୍ଷରୁ ବାରମ୍ବାର ଲିଖିତ ଆବେଦନ କଲେ ମଧ୍ୟ ପ୍ରଶାସନ ଜବରଦଖଲ ମୁକ୍ତ କରିପାରିନାହିଁ।ତେଣୁ ରିଷିଡା ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ତହସିଲଦାର ଅରୁଣ ବର୍ଗେ ଙ୍କୁ ତାଙ୍କ ପ୍ରକୋଷ୍ଠ ରେ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ।ଏହି ପ୍ରତିନିଧି ଦଳରେ ସରପଞ୍ଚ ସେବତୀ ରଣା ପ୍ରମୁଖ ଉପସ୍ଥିତ ଥିଲେ