ଭଞ୍ଜନଗର: ଭଞ୍ଜନଗରରେ ଡକାୟତି ଯୋଜନା କରୁଥିବା ୪ ଅଭିଯୁକ୍ତ ଗିରଫ, କାର ଓ ବାଇକ ଜବତ
ଗଞ୍ଜାମ ଭଞ୍ଜନଗର ପୋଲିସ ଦ୍ୱାରା ଡକାୟତି ଯୋଜନା ଓ ଚୋରି ଅଭିଯୋଗରେ ୪ ଜଣ ଗିରଫ। ଅଭିଯୁକ୍ତଙ୍କ ନିକଟରୁ ଲାପଟପ, ମୋବାଇଲ, ସୁନା ଓ ରୁପା ଅଳଙ୍କାର ସହ ବାଇକ ଓ କାର ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।