ବଡସାହି: ବର୍ତ୍ତନା, ମାଧପୁର, ହରିପୁର ପ୍ରଭୃତି ବେଆଇନ ବାଲଘାଟ ସମେତ କାଠପାଳ ଲିଜଘାଟରେ ଉପଜିଲ୍ଲାପାଳଙ୍କ ଚଢାଉ, ବାଲି ଓ ଚେନମେସିନ ଜବତ
ବୁଧବାର ଦିନ ତମାମ ବଡ଼ସାହି ଥାନା ଅଧୀନ ବର୍ତ୍ତନା, ମାଧପୁର, ହରିପୁର ଏବଂ ବୈଶିଙ୍ଗା ଥାନା ଅଧୀନ କାଠପାଳ ଠାରେ ବୁଢ଼ାବଳଙ୍ଗ ନଦୀ ଆଖପାଖ ଇଲାକାରେ ଚଢ଼ାଉକରି ବିପୁଳ ପରିମାଣର ବାଲି ଓ ଓ ଏକ ଚେନ ମେସିନ ଜବତ କରାଯାଇ ଥିବାନେଇ ବୁଧବାର ଅପରାହ୍ନ ୪ଟାରେ କାଠପାଳଠାରେ ସୂଚନା ଦେଲେ ଉପଜିଲ୍ଲାପାଳ ଡ.ଦୟାସିନ୍ଧୁ ପରିଡା l ବେତନଟୀ ତହସିଲଦାରଙ୍କୁ ବାଲିମାଫିଆଙ୍କ ଦ୍ୱାରା ସଂଘବଦ୍ଧ ଆକ୍ରମଣ ପରେ ଜିଲ୍ଲାପ୍ରଶାସନ ପୁରା ଆକ୍ସନମୋଡକୁ ଆସିଛି l