କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଳକ୍ ଅନ୍ତର୍ଗତ ବନମାଳିପୁଟ ଗ୍ରାମ ପଞ୍ଚାୟତ ଗସ୍ତ କରିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ। ଆଜି ଦିନ ୧୨ ଘଣ୍ଟା ସମୟରେ ଗ୍ରାମକୁ ଗସ୍ତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚୁଛି ନା ନାହିଁ ତାହା ପଚାରି ବୁଝିବା ସହ ଗ୍ରାମରେ ଥିବା ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ଖୁବଶୀଘ୍ର ସମସ୍ୟାର ସମାଧାନ ନେଇ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ରଘୁରାମ ମାଛ।