ବୈଶିଙ୍ଗା ଥାନା ଅଧୀନ ଧଡ଼ାସାହି ଠାରେ ବଣୁଆ ହାତୀ ଆକ୍ରମଣରେ ଏକ ବାଛୁରୀ ଛୁଆର ମୃତ୍ୟୁ ଘଟଣାରେ ସୋମବାର ଅପରାହ୍ନ ପାଞ୍ଚଟାରେ ଧଡ଼ାସାହିରେ ପହଞ୍ଚି ଶଵ ବ୍ୟବଛେଦ ପ୍ରକ୍ରିୟା ଆରମ୍ଭକଲେ ପ୍ରାଣୀଧନ ଚିକିତ୍ସକ l ସୂଚନା ମୁତାବକ ଏକ ଗୋଠଛଡା ବଣୁଆ ଦନ୍ତାହାତୀ ଫୁଲଝରି ଜଙ୍ଗଲରୁ ବାହାରି ଜନବସତିମୁହାଁ ହୋଇଥିଲା l ଏହାପରେ ଧଡ଼ାସାହି ଗ୍ରାମରେ ପ୍ରବେଶକରି ଗ୍ରାମର ରଘୁନାଥ ହେମ୍ବ୍ରମଙ୍କ ବାଛୁରୀଛୁଆକୁ ମାରି ଦେଇଥିଲା l