ତଲସରା: ଚାରପାଲି ଗ୍ରାମ ରେ ଆତ୍ମହତ୍ୟା କଲେ ଯୁବକ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ତୁଡାଲଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରପାଲି ଗ୍ରାମର ଜଣେ ଯୁବକ ଆଜି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଯୁବକ ଜଣଙ୍କ ହେଲେ ଆଦିତ୍ୟ ମାଝୀ ଙ୍କର ପୁଅ ମହେଶ ମାଝୀ (୨୮) । ଘଟଣା ବିଷୟରେ ବଡ଼ଗାଁ ପୋଲିସ ସୂଚନା ପାଇବା ପରେ ବଡ଼ଗାଁ ଥାନା ଅତିରିକ୍ତ ଆଇଆଇସି ଖଗପତି ବିଶ୍ଵାଳ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ କରାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।