ଆସିକା: ଖମ୍ବେଶ୍ବରୀ ପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ ଅନୁଷ୍ଠିତ
Asika, Ganjam | Sep 29, 2025 ଗଞ୍ଜାମ ଜିଲ୍ଲା ଆସିକା ସହର ଖମ୍ବେଶ୍ବରୀ ପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଙ୍କ ନେତୃତ୍ୱ ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବହୁ ଅନ୍ୟଦଳର ନେତା ବିଜେପି ରେ ସାମିଲ ହୋଇଛନ୍ତି l ବେଣାପାଟ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଏବଂ ତାଙ୍କ ର ବହୁ ସମର୍ଥକ ଙ୍କ ସମେତ ପଞ୍ଚାୟତ ର ବହୁ ଆଗଧାଡିର ନେତା ବିଜେପି ରେ ସାମିଲ ହୋଇଥିବା ବେଳେ ବିଧାୟକ ଉତରିୟ ଦେଇ ସମସ୍ତଙ୍କୁ ଦଳକୁ ସ୍ୱାଗତ ଜଣାଇଥିଲେ l