ଡେମୁପଡା ଗ୍ରାମ ରେ ଜଣେ ମହିଳା ଙ୍କର ସ୍ବାମୀ ଗୋଆରେ ରହୁଥିବା ବେଳେ ତାଙ୍କୁ ସାମାନ୍ୟ କଥାରେ ସେହି ଗାଁ ର ୪ ଜଣ ଯୁବକ ଦୁର୍ବ୍ୟବହାର କରିଥିବା ବିଷୟରେ ମହିଳା ଜଣଙ୍କ ବଡ଼ଗାଁ ଥାନା ରେ ଅଭିଯୋଗ କରିଥିଲେ। ବଡ଼ଗାଁ ପୋଲିସ ଘଟଣାର ଅଧିକ ତଦନ୍ତ କରିବା ପରେ ଘଟଣାର ୪ ଅଭିଯୁକ୍ତ କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଡେମୁପଡା ଗ୍ରାମ ର କୁମକାନ୍ତ ସା (୩୩) ସୁରତ ପ୍ରଧାନ (୨୭) ହିତେଶ୍ଵର ଛତ୍ରୀଆ (୩୫) ସୁଶିଲ କର୍ସେଲ (୨୫) । ସେମାନଙ୍କୁ ବଡ଼ଗାଁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।