ନବରଙ୍ଗପୁର ପୋଲିସ ଷ୍ଟେସନ: ତରେଇଡିହି ଗାଁରେ ବାପାର ଇଟା ମାଡ଼ ରେ ପୁଅର ମୃତ୍ୟୁ ଘଟଣାର ସାଇଣ୍ଟିଫିକ ଟିମର ତସନ୍ତ ଆରମ୍ଭ
ତରେଇଡିହି ଗାଁରେ ବାପାର ଇଟା ମାଡ଼ ରେ ପୁଅର ମୃତ୍ୟୁ ଘଟଣାର ସାଇଣ୍ଟିଫିକ ଟିମର ତସନ୍ତ ଆରମ୍ଭ,ପାରିବାରିକ କଳହକୁ କେନ୍ଦ୍ର କରି ନିଜ ବଡ଼ ପୁଅକୁ ଇଟା ସାହାଯ୍ୟରେ ମୁଣ୍ଡରେ ମାରିବା ଫଳରେ ଘଟଣା ସ୍ଥଳରେ ପୁଅର ମୃତ୍ୟୁ ଘଟିଛି l ଅନ୍ୟପଟେ ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି l ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ତରେଇଡିହି ଗ୍ରାମରେ l ଅନ୍ୟପଟେ ନବରଙ୍ଗପୁର ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛି l