ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଆସିଲା ଆଠମଲ୍ଲିକରୁ ଉଦ୍ଧାର ହୋଇଥିବା ଦୁଇ ମାସର ହାତୀ ଛୁଆ
ଢେଙ୍କାନାଳ ଜିଲ୍ଲା କପିଳାସ ହାତୀ ଉଦ୍ଧାର କେନ୍ଦ୍ର ଠାରେ ଆଜି ତା ୨୬।୯ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ପହଞ୍ଚିଛି। ଆଠମଲ୍ଲିକ ରେଞ୍ଜ ଫରେଷ୍ଟ କର୍ମଚାରୀ ଓ କପିଳାସ ରେଞ୍ଜ ଫରେଷ୍ଟ କର୍ମଚାରୀ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।ହାତୀ ଛୁଆର ସ୍ୱାସ୍ଥ୍ୟ ଭଲ ଅଛି। ତାକୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଓ ଔଷଧ ଦିଆଯାଉଛି। ସୂଚନା ଅନୁସାରେ ୨ ମାସର ଗୋଟିଏ ହାତୀ ଛୁଆ ହାତୀଦଳରେ ଯାଉଥିବା ବେଳେ ଆଠମଲ୍ଲିକ ରେଞ୍ଜ ଅଞ୍ଚଳରେ ଗୋଟିଏ କେନାଲରେ ପଡିଯାଇଥିଲା । ଆଠମଲ୍ଲିକରୁ ଉଦ୍ଧାର କରାଯାଇଥିବା ହାତୀଛୁଆଟିକୁ ଆଜି କପିଳାସ ଅଣାଯାଇଛି।