ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଶୋରିଷିଆପଦା ପଞ୍ଚାୟତ ଦେଓଝର ଗ୍ରାମ ଠାରେ ନିଶାମୁକ୍ତ ଗ୍ରାମ ଗଠନ ପାଇଁ ଶୋଭାଯାତ୍ରା
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ସୋରିଶିଆପଦା ଗ୍ରାମ ପଂଚାୟତ ଅଧୀନ ଦେଓଝର ଗ୍ରାମକୁ ମଦମୁକ୍ତ ଗ୍ରାମ ଭାବେ ଗଠନ ପାଇଁ ଆଜି ତା ୨୨।୧୦ ରିଖ ସକାଳ ୧୦ ଘଣ୍ଟା ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ରାଉତ ଙ୍କର ନେତୃତ୍ୱରେ ମହିଳା ମାନଙ୍କୁ ନେଇ ଏକ ନିଶା ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ନିଶା ମୁକ୍ତ ଶୋଭାଯାତ୍ରାଟି ଉକ୍ତ ଗ୍ରାମର ମା, ତାରିଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ଗ୍ରାମର ଶେଷରେ ଥିବା ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲା l