କେନ୍ଦୁଝର ସହର: କାଟେସାହି ଆଲୁୱାଲିଆ ପ୍ଲାଣ୍ଟ ନିକଟରେ ବାଇକ୍ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ
କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ କାଟେସାହି ଆଲୁୱାଲିଆ ପ୍ଲାଣ୍ଟ ନିକଟରେ ଏକ ବାଇକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି। ସ୍ଥାନୀୟ ଲୋକେ ତାଙ୍କ ମୃତଦେହକୁ ସେଠାରୁ ଉଦ୍ଧାର କରି ବଡବିଲ ମେଡିକାଲ ପଠାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।