ସୁନ୍ଦରଗଡ ସହର: ବି କରୁଆବାହାଲ ଠାରେ ତ୍ରିଦିବସୀୟ ଆଞ୍ଚଳିକ ପୁଲିସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବାଲିଶଙ୍କରା ବ୍ଲକ ବି.କରୁଆବାହାଲ ପଞ୍ଚାୟତର ଫୁଟବଲ ଖେଳ ପଡିଆରେ ତ୍ରିଦିବସୀୟ ଆଞ୍ଚଳିକ ପୁଲିସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ରୂପେ ଝାସରୁଗୁଡ଼ା ୨ୟ ବାଟାଲିୟନର ଡେପୁଟି କମାଣ୍ଡାଣ୍ଟ ଭବାନୀ ଶଙ୍କର ସେଠ ଯୋଗଦେଇ ଦ୍ବୀପ ପ୍ରଜ୍ବଳନ ପୂର୍ବକ ଗଣେଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପପାଗୁଚ୍ଛ ମାଲ୍ୟାର୍ପଣ କରିବା ସହ ଉଦବୋଧନରେ କଠିନ ପରିଶ୍ରମ, ଧୈର୍ଯ୍ୟ, ଏକାଗ୍ରତା ରଖିପାରିଲେ ଜଣେ ସୁନାମଧନ୍ୟ ଖେଳାଳି ହୋଇପାରିବ ବୋଲି ମତ ଦେଇଥିଲେ |