କୋରାପୁଟ ସହର: ମୁଜାଙ୍ଗ ପଞ୍ଚାୟତର ସଭାଗୃହ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ଯୋଗଦେଲେ ବିଡ଼ିଓ
ଦଶମନ୍ତପୁର ବ୍ଳକ ମୁଜାଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୨ଟା ପର୍ଯ୍ୟନ୍ତ ଆୟୋଜିତ ଶିବିରରେ ଦଶମନ୍ତପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହ ବ୍ଳକ୍ ସ୍ତରୀୟ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧି ଉପସ୍ଥିତ ଥିଲେ। ବିଭିନ୍ନ ସମସ୍ୟା ଶୁଣିବା ସହ ସମାଧାନ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରିଥିଲେ।