ଆଜି ଡିସେମ୍ବର 24 ତାରିଖ ବୁଧବାର ରାତି 9 ଟା ପାଖାପାଖି ସମୟରେ ଧରୁଆ ଡିହି ପୋଲିସ ଅଭିଯୁକ୍ତକୁ ମଦ ସହ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲା - ଗୌତମ ବେହେରା। ଅଭିଯୁକ୍ତ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ନେଇ ବିକ୍ରି କରିବାକୁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଧରୁଆ ଡିହି ଆଇଆଇସି ଓ ତାଙ୍କ ଟିମ ଅଭିଯୁକ୍ତକୁ କାବୁ କରିବା ସହ ତା ନିକଟରୁ ବିଭିନ୍ନ ବ୍ରାଣ୍ଡର 22.260 ଲିଟର ମଦ ଜବତ କରିଛନ୍ତି।