ନୂଆପଡା: ନୂଆପଡ଼ା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୀଡ଼ିତାଙ୍କୁ ଆର୍ଥିକ କ୍ଷତିପୂରଣ ପ୍ରଦାନ
ନୂଆପଡ଼ା ସ୍ଥିତ ଜିଲ୍ଲା ଓ ଦୌରା ଜଜ ନିରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜନୈକା ଯୌନ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ପୀଡ଼ିତ କ୍ଷତିପୂରଣ ଯୋଜନା, ଅନୁଯାୟୀ ମଧ୍ୟବର୍ତ୍ତୀକାଳୀନ ଆର୍ଥିକ କ୍ଷତିପୂରଣ ବାବଦରେ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ପୋକ୍ସୋ କୋର୍ଟ ବିଚାରପତି ସୁନୀଲ କୁମାର ଦାସ ମାମଲାର ବିଚାରକରି ପିଡ଼ୀତାଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ସୁପାରିଶ କରିଥିଲେ । ପ୍ରାଧିକରଣର ସଚିବ ନବନୀତା ଦାଶ ଆଜି ୨ ଟାରେ ୩୦ ହଜାର ଟଙ୍କାର ଚେକ ନାବାଳିକାଙ୍କୁ ପ୍ରଦାନ କରିଥିଲେ।