ଶନିବାର ଦିନ ହରଭଙ୍ଗା ବ୍ଲକ ଆଡେଣୀଗଡ ପଞ୍ଚାୟତର ଦୁର୍ଗମ କାଚପାଜୁ ଗ୍ରାମକୁ ବାଇକ ଯୋଗେ ଯାଇ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଲୋକଙ୍କ ସମସ୍ୟା ବୁଝିଥିବା ଦେଖିବାକୁ ମିଳିଥିଲା l ଗତକାଲି କାଚପାଜୁ ଗ୍ରାମର ଜଣେ ମହିଳାଙ୍କ ଆଡେଣୀଗଡ ଡାକ୍ତର ଖାନାରେ ମୃତ୍ୟୁ ହେବା ପରେ ରାସ୍ତା ସମସ୍ୟା ଯୋଗୁଁ ମହା ପ୍ରୟାଣ ଗାଡି ଯାଇ ନ ପାରିବାରୁ ବାଇକରେ ମୃତଦେହ ନିଆ ଯାଇଥିବା ଆଜି ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା l ଫଳରେ ଜିଲ୍ଲାପାଳ ସେହି ଗ୍ରାମକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଥିବା ଦେଖିବାକୁ ମିଳିଥିଲା l