ପଦ୍ମପୁର: ପିଏଚଡି ଓ ପିଡ଼ବ୍ଲୁଡିର ଖାମଖିଆଲି କାମ ଯୋଗୁଁ ଭେଉଁରିଆ ଛକରେ ରାସ୍ତାରେ ଓଲଟି ପଡିଲା ପଥର ବୋଝେଇ ଟ୍ରକ
Phd ଓ pwd ର ଖାମ ଖିଆଳି ନୀତି କାମ ଯୋଗୁଁ ହଇରାଣ ରେ ପଡ଼ୁଛନ୍ତି ପଦ୍ମପୁର ଅଂଚଳର ନିରୀହ ଜନତା। ପଦ୍ମପୁର ଭେଉଁରିଆ ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ଗାତ ଖୋଳି ପୋତା ଯାଇଛି ପାଣି ପାଇପ, କିନ୍ତୁ ଏବେ ଯାଏଁ ତା ଉପରେ ସିମେଣ୍ଟ କାମ କିମ୍ବା ପିଚୁ କାମ ହୋଇ ନାହିଁ। ତେଣୁ ଯିବା ଆସିବା ସମୟରେ ରାସ୍ତା କାଦୁଅ ରେ ଉବୁଟୁବୁ ରହୁଛି। ଏବଂ ଭାରି ଜାନ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି। ସେପରି ଏକ ଦୁର୍ଘଟଣା ଘଟିଛି ଆଜି।