କୋରାପୁଟ ସହର: ଦଳଗତ ନିର୍ବିଶେଷରେ ଜିଲ୍ଲାର ବିକାଶ ପାଇଁ ପ୍ରଶାସନର ଦ୍ବାରସ୍ଥ ହେଲେ ଜିଲ୍ଲା ପରିଷଦ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କୋରାପୁଟ ଜିଲ୍ଲାରେ ବିକାଶ ଠପ୍ ହୋଇ ପଡିଥିବା ଅଭିଯୋଗରେ ଦଳଗତ ନିର୍ବିଶେଷରେ ସମସ୍ତ ଜିଲ୍ଲା ପରିଷଦ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଆଜି ଦିନ ୩ଘଣ୍ଟା ସମୟରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କୁ ୧୦ ରୁ ଉର୍ଦ୍ଧ୍ବ ଦାବି ନେଇ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି। ଗତ ଦିନ ମାନଙ୍କରେ କୋରାପୁଟ ଜିଲ୍ଲାକୁ ବିକାଶର ହବ୍ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ସରକାର ଘୋଷଣା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭ କରି ମାଳମାଳ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ ସହ ବିଭିନ୍ନ ବିଭାଗର ମୁଖ୍ୟ ଲଗାତାର ଗସ୍ତ କିନ୍ତୁ ଜିଲ୍ଲାରେ ବିକାଶ ଠପ୍ ହୋଇଥିବା ଅଭିଯୋଗ ହୋଇଛି।