ସୋମବାର ଦିନ ହରଭଙ୍ଗା ବ୍ଲକର ହରଭଙ୍ଗା, ଛତରଙ୍ଗ ଆଦି ଅଞ୍ଚଳରେ ବୌଦ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଟପା ଚଢାଉ କରା ଯାଇଥିଲା l ସ୍ବାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇ ତମାଖୁ ନୀୟନ୍ତ୍ରଣ ନୀୟମ କୋଟପା ଭଙ୍ଗକରି ସର୍ବସାଧାରଣ ସ୍ଥାନ ମାନଙ୍କରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା 14 ଜଣ ନିୟମ ଖିଲାପକାରୀଙ୍କ ଠାରୁ ସମୁଦାୟ ଟ.2600/ - ଜୋରିମାନା ସଂଗ୍ରହ କରାଯିବା ସହ ଜନସାଧରଣରେ ସଚେତନ ସୃଷ୍ଟି କରା ଯାଇଥିଲା l