ବୌଦ୍ଧ ସଦର: ଟାଉନ ହଲ ଠାରେ ବୌଦ୍ଧ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ, ଯୋଗଦେଲେ କଣ୍ଟାମାଳ ବିଧାୟକ
ରବିବାର ଦିନ ବୌଦ୍ଧ ପୋଲିସ ପକ୍ଷରୁ ଟାଉନ ହଲ୍ ଠାରେ ସାଇବର ସୁରକ୍ଷା ଅଭିଯାନ ସଭା ଅନୁଷ୍ଠିତ ହୋଇ ଯାଇଛି l କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଭାକୁ ଉଦଘାଟନ କରିଥିଲେ | ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଓ ଅନ୍ୟ ମାନେ ଯୋଗ ଦେଇଥିଲେ |