ବଡସାହି: ବଡଗୁମା ନଦୀପଲ ବାଙ୍କଠାରେ ସିରିଜ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର, ତିନି ଆହତ, ଶଙ୍କଟାପନ୍ନ ଅବସ୍ଥାରେ ବାରିପଦା ସ୍ଥାନାନ୍ତର
ବୈଶିଙ୍ଗା ଥାନା ଅଧୀନ ବଡଗୁମା ନଦୀପୋଲ ବାଙ୍କ ନିକଟରେ ଗୁରୁବାର ଅପରାହ୍ନ ଚାରିଟାରେ ଏକ ସିରିଜ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନିଜଣ ସାମାନ୍ୟ ଆହତ ହୋଇଛନ୍ତି l ସୂଚନା ମୁତାବକ ବୈଶିଙ୍ଗା ଥାନା ପାଟଳିପୁରା ପଞ୍ଚାୟତ ଅଧୀନ ଦାରିହା ଗ୍ରାମର ସ୍ୱର୍ଗତ ଭୁବନ ନାଏକଙ୍କ ପୁଅ ରଞ୍ଜନ ନାଏକ ଦ୍ରୁତଗତିରେ ବାଇକଯୋଗେ ଯାଉଥିବାବେଳେ ବଡଗୁମା ନଦୀପୋଲ ବାଙ୍କ ରାସ୍ତାରେ ଭାରସାମ୍ୟ ହରାଇ ୨ଟି ବାଇକକୁ ଧକ୍କା ଦେଇଥିଲା l