ସୁନ୍ଦରଗଡ ସହର: ବିଜୁଳି ଖମନ ଗାଁ ବୁଲିଲା ଦନ୍ତା ହାତୀ, ସତର୍କ ରହିବାକୁ ଦେଲା ସୂଚନା
ଆଜି ଅକ୍ଟୋବର 23 ତାରିଖ ଭୋର 4:30 ପାଖାପାଖି ସମୟରେ ଦନ୍ତାର ଭିଡ଼ିଓ ଉତ୍ତୋଳନ କରିଛନ୍ତି ଗ୍ରାମବାସୀ। ତେବେ ଗତ କାଲି ସନ୍ଧ୍ୟାରେ ଗାଁ ନିକଟ ଜଙ୍ଗଲରେ ବିକଟାଳ ରଡ଼ି ଛାଡୁଥିବା ବେଳେ ଲୋକଙ୍କ ନଜରରେ ପଡ଼ିଥିଲା ଏହି ହାତୀ। ମାତ୍ର ନିକଟ ଧାନ ଜମିରେ ପଶି ଧାନ ଖାଇବା ପରେ ଗାଁ ମଝି ରାସ୍ତାରେ ପାରି ହେବା ସହ ଗୋଡି ପଥର ଫିଙ୍ଗି ଗ୍ରାମବାସୀଙ୍କୁ ସତର୍କ କରିଛି ଏହି ହାତୀ। ତେବେ ଏହି ହାତୀ ବିଜୁଳି ଖମନ ଗାଁ ନିକଟ ଜଙ୍ଗଲରେ ଗତ କାଲି ଥିବା କଥା ବନ ବିଭାଗ ନିକଟରେ ସୂଚନା ଥିବା କଥା ସଦର ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ କହିଛନ୍ତି।